ରାଜଧାନୀରେ ଆଉ ୪୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୪୬ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ୪୬ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦ ଜଣ ଠାବ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩୬ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ କରୋନା ରୋଗୀ ସଂଖ୍ୟା ୩୦,୪୧୮ବୃଦ୍ଧି ଘଟିଛି। ୬୮ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୨୯,୬୦୩ରେ ପହଞ୍ଚିଛି। ଭୁବନେଶ୍ଵରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୧ରେ ପହଞ୍ଚିଛି। ଅନ୍ୟପଟେ ଆକ୍ଟିଭ୍ କେସ୍ ସଂଖ୍ୟା ୫୯୨କୁ ହ୍ରାସ ଘଟିଛି।