Odisha Link
Bridging the Missing Links in Odisha

ବିଧାନସଭା: ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କାଲି ସ୍କୁଲ ବନ୍ଦ ସମ୍ପର୍କିତ ପ୍ରସ୍ତାବ ଆଣିବେ ସରକାରୀ ଦଳ ମୁଖ୍ୟ ସଚେତକ। ଏହି ପ୍ରସ୍ତାବ ଉପରେ ଗୃହରେ ବିସ୍ତୃତ ଭାବେ ଆଲାଚନା ହେବ। ଏହା ସହ ଏନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ବୋଲି ବାଚସ୍ପତି କହିଛନ୍ତି।

ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାର ଅପରାହ୍ନ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।  ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ପାଟିତୁଣ୍ଡ କରିବା ସହ ହଟ୍ଟଗୋଳ କରିଥିଲେ।  ଏହି ଅବସରରେ କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍କୁଲ ବନ୍ଦ  ନିଷ୍ପତ୍ତିକୁ ବିରୋଧ କରି ବାଚସ୍ପତିଙ୍କ ସମ୍ମୁଖ ଫାଇଭରରେ ମୁଣ୍ଡ ପିଟିଦେଇଥିଲେ।  ତେବେ ଗୃହରେ ଏଭଳି ଅବସ୍ଥା ଦେଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ।

ଏହା ପୂର୍ବରୁ ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ।  ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନବଦଳାଇଲେ ଆତ୍ମହତ୍ୟା କରିବାକୁ ତାରା ଧମକ ଦେଇଥିଲେ।  ସ୍କୁଲ ବନ୍ଦ ନିଷ୍ପତ୍ତି ନବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି। ଏପରିକି ନିକ ବେକ କାଟିଦେବେ ବୋଲି ତାରା ଧମକ ଦେଇଥିଲେ।

 

Comments are closed.