Odisha Link
Bridging the Missing Links in Odisha

ପୋଖରୀ ଭିତରକୁ ଖସିଲା ବସ୍

ସାନଖେମୁଣ୍ଡି: ଭାରସାମ୍ୟ ହରାଇ ଖସିଲା ମିନିବସ। ଗଞ୍ଜାମ ଜିଲ୍ଲା ଆସିକା କୋଟୀନାଡ ନୁଆଁପଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ବରେ ଥିବା ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ମିନିବସ ଖସିଛି।

ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମିନିବସରେ ଥିବା ଯାତ୍ରୀ। ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଖସିପଳାଇଥିବା ଜଣାପଡିଛି। ମିନି ବସଟି କବିସୂର୍ଯ୍ୟନଗରରୁ ଆସିକା ଅଭିମୁଖେ ଯାଉଥିବାର ଜଣାଯାଇଛି। ତେବେ ଦୁର୍ଘଟଣା ନେଇ ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି।

Comments are closed.