କରୋନାରେ ମହାତ୍ମାଗାନ୍ଧୀଙ୍କ ଅଣନାତିଙ୍କ ପରଲୋକ

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କର ସାଉଥ ଆଫ୍ରିକାନ୍ ଅଣନାତି ସତୀଶ ଧୁପେଲିଆଙ୍କର ଗତକାଲି କରୋନାରେ ମୃତ୍ୟୁ ଘଟିଛି। ୬୬ ତମ ଜନ୍ମ ଦିନ ପାଳନ କରିବାର ଗତ ତିନି ଦିନ ପରେ ସତୀଶଙ୍କର ମୃତ୍ୟୁ ହୋଇଛି। ଜୋହାନ୍ସବର୍ଗର ଏକ ଡାକ୍ତରଖାନାରେ ସତୀଶଙ୍କର ମୃତ୍ୟୁ ଘଟିଛି। ଜୋହାନ୍ସବର୍ଗରେ ରହୁଥିବା ସତୀଶଙ୍କ ପରିବାର ଲୋକେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସତୀଶଙ୍କ ଭଉଣୀ ଉମା ଧୂପେଲିଆ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କର ଭାଇ ସତୀଶ ଧୂପେଲିଆଙ୍କର କୋଭିଡ-୧୯ରେ ମୃତ୍ୟୁ ଘଟିଛି। ସେ ନିମୋନିଆ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରାୟ ଏକମାସ ଧରି ଚିକିତ୍ସିତ ହେବା ପରେ କୋଭିଡ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ।
ସତୀଶ ଧୁପେଲିଆ ଜଣେ ମିଡିଆ ପର୍ସନ। ବିଶେଷକରି ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫିରେ ତାଙ୍କର ନାଁ ରହିଛି। ଏଥିସହିତ ଗାନ୍ଧୀ ଡେଭଲପମେଣ୍ଟ ଟ୍ରଷ୍ଟର ମଧ୍ୟ ସେ ଜଣେ ସକ୍ରିୟ ସଦସ୍ୟ ଥିଲେ।