ଆକାଶ ପାଠକ ଠକେଇ ମାମଲା; ସ୍କାଏ କିଙ୍ଗ ଅଫିସରେ ପୋଲିସ

ଭୁବନେଶ୍ୱର: ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ ପୋଲିସର ତନାଘନା ଜାରି ରହିଛି। ଏହି ମାମଲାରେ ଭୁବନେଶ୍ୱର ଟ୍ରଭେଲ ଏଜେନ୍ସି ସ୍କାଏ କିଙ୍ଗ ଅଫିସରେ ଆଜି ପହଞ୍ଚିଛି ପୋଲିସ। କାଲି ଆକାଶ ପାଠକଙ୍କ ନାଁରେ ଠକେଇ ଅଭିଯୋଗ ଆଣିଥିଲେ ସ୍କାଏ କିଙ୍ଗର ମ୍ୟାନେଜିଂ ପାର୍ଟନର।
ତେବେ ସ୍କାଏ କିଙ୍ଗ ଜରିଆରେ ୧୦ ଥର ଚାର୍ଟର ଫ୍ଲାଇଟ ବୁକ କରିଥିଲେ ଆକାଶ ପାଠକ। ଟାଟା ମୋଟର୍ସର ଏମଡି କହି ଫ୍ଲାଇଟ୍ ବୁକିଂ କରିଥିଲେ ଆକାଶ ପାଠକ। ମୋଟ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କା ବିଲ ହୋଇଥିବା ବେଳେ ବିଲ ବାବଦକୁ ମାତ୍ର ୨ କୋଟି ୧୩ ଲକ୍ଷ ଟଙ୍କା ଦାଖଲ କରିଥିଲେ ଆକାଶ। ଆହୁରି ୬୫ ଲକ୍ଷ ଟଙ୍କା ବାକି ରହିଥିବା ଅଭିଯୋଗ କରିଛି ସ୍କାଏ କିଙ୍ଗ।
ଅନ୍ୟପଟେ ଆଜି ଭିଜିଲାନ୍ସ ସେଲ୍ ଅଫିସରେ ହାଜର ହେବେ ୫ରୁ ଅଧିକ ବ୍ୟାଙ୍କ ମ୍ୟାନେଜର। ପାଠକ ବାପା, ପୁଅଙ୍କ ଆକାଉଣ୍ଟ ବାବଦରେ ହେବ ଖୋଳତାଡ। ପାଠକ କିଛି ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲିଥିବା ସନ୍ଦେହ କରାଯାଉଛି।
Comments are closed.