ପୋଲିସ ନାଁରେ ୩୦୨ରେ ମାମଲା ହେଉ: ଜୟନ୍ତ

ପୁରୀ: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ପୁଣି ସିବିଆଇ ତଦନ୍ତ ଦାବି କରାଯାଇଛି। ଆଜି ଏକ ପ୍ରେସମିଟରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଅନ୍ୟ କର୍ମକର୍ତ୍ତା ଦାବି କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ପିଟିସିଟି ମାରିବା ସ୍ପଷ୍ଟ ହେଉଛି। ପିଟି ମାରିଥିବା ପୋଲିସ ନାଁରେ କାହିଁକି ୩୦୨ ମାମଲା ହେଉ ନାହାିଁ। ସିବିଆଇ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସପାରିବ ବୋଲି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି।
ପ୍ରକାଶ ଯେ, ନଭେମ୍ବର ୧୯ ତାରିଖରେ ପୁରୀ ଜିଲ୍ଲା ବାସେଳୀ ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା। କେ ରମେଶ ନାମକ ଜଣେ ବ୍ୟକ୍ତି ପୋଲିସ ମାଡ଼ରେ ମୃତ୍ୟୁବରଣ କରିଥିବା ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଧାନସଭା ବି ହୁଲସ୍ତୁଲ ହୋଇଥିଲା।
ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କୁ ଭୁବନେଶ୍ୱର ପୋଲିସ ମୁଖ୍ୟାଳୟକୁ ଫେରାଇ ଅଣାଯାଇଥିଲା। ତାଙ୍କ ଜାଗାରେ ସମ୍ବଲପୁର ଏସପି କେ ବିଶାଲ ସିଂହଙ୍କୁ ପୁରୀର ଦାୟିତ୍ୱ ଦିଆଯାଇଥିଲା।
ତା ସହିତ ବାସେଳୀ ସାହି ଥାନାର ସବ-ଇନସ୍ପେକ୍ଟର ବିପ୍ଲବ କୁମାର ପ୍ରଧାନ ଏବଂ ଦୁଇ କନଷ୍ଟେବଳ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାକୁ ମଧ୍ୟ ନିଲମ୍ବିତ କରାଯାଇଥିଲା।