ସାରା ବିଶ୍ୱ ଏବେ ଡିଜିଟାଲ୍ ଖବର ମୁହାଁ

ଭୁବନେଶ୍ୱର: ଖବର ପାଖେ ପହଞ୍ଚିବା ପାଇଁ ସାରା ବିଶ୍ୱ ଏବେ ଡିଜିଟାଲ୍ ଟେକ୍ନୋଲୋଜିର ସାହାଯ୍ୟ ନେଉଥିବା ବେଳେ ସମସ୍ତ ଗଣମାଧ୍ୟମ ସମୟ ସହ ତାଳ ଦେଇ ଆଗକୁ ବଢ଼ିବା ଆବଶ୍ୟକ। ଖବର ପାଇବା ଦିଗରେ ନ୍ୟୁଜ୍ ପୋର୍ଟାଲ୍ଗୁଡ଼ିକ ଏବେ ସବୁଠାରୁ ଭଲ ମାଧ୍ୟମ ହୋଇଥିବା ବେଳେ ଦୈନିକ ଖବର କାଗଜ ‘ପ୍ରମେୟ’ ଏବଂ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ‘ପ୍ରମେୟ ନ୍ୟୁଜ୍ ୭’ର ଡିଜିଟାଲ୍ ୱିଙ୍ଗ ‘ପ୍ରମେୟ.କମ୍’ ଖୁବ୍ ଶୀଘ୍ର ସଫଳତାର ଶୀର୍ଷରେ ପହଞ୍ଚିଥିବା ବେଳେ ଆଲେକ୍ସା ର୍ୟାଙ୍କିଙ୍ଗରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି।
ଭବିଷ୍ୟତରେ ଡିଜିଟାଲ୍ ଗଣମାଧ୍ୟମ ଦ୍ୱାରା ସାରା ବିଶ୍ୱର ଗଣମାଧ୍ୟମ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଥିବା ବେଳେ ଏଦିଗରେ ଆମକୁ ଅଧିକ ସଚେତନ ହେବା ସହ ଲୋକଭିମୁଖୀ, ସତ୍ୟ ଏବଂ ନିଚ୍ଛକ ଖବର ପରିବେଷଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ତଥା ପ୍ରମେୟ ଏବଂ ନ୍ୟୁଜ୍ ୭ର ପ୍ରତିଷ୍ଠାତା ପ୍ରଫେସର ମନୋଜରଞ୍ଜନ ନାୟକ। ସୋମବାର ପ୍ରମେୟ.କମ୍ ନ୍ୟୁଜ ପୋର୍ଟାଲ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଏହା କହିଛନ୍ତି ପ୍ରଫେସର ନାୟକ। ଆଲେକ୍ସା ରେଟିଙ୍ଗ୍ରେ ପ୍ରମେୟ.କମ୍ ଶୀର୍ଷରେ ଥିବା ବେଳେ ଏହା ନ୍ୟୁଜ ଟିମ୍ର ପ୍ରଚେଷ୍ଟା ଓ ପ୍ରଫେସର ନାୟକଙ୍କର ନିୟମିତ ମାର୍ଗଦର୍ଶନ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ପ୍ରମେୟ ଏବଂ ନ୍ୟୁଜ୍ ୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର କହିଛନ୍ତି।
ଆମେ ସତ୍ୟ ଏବଂ ନିରପେକ୍ଷ ପ୍ରଦାନ କରିବା ସହ ଖୁବ୍ ଶୀଘ୍ର ପାଠକଙ୍କ ନିକଟରେ ପହଂଚିବା ପାଇଁ ଚେଷ୍ଟା କରିଛୁ ଯାହାକି ଆମକୁ ଶୀର୍ଷରେ ପହଂଚିବା ପାଇଁ ସାହାଯ୍ୟ କରିଛି । ଆମେ ଖବର ପ୍ରଦାନ କରିବାରେ ମୂଲ୍ୟବୋଧ ସହ କୌଣସି ପ୍ରକାର ସାଲିସ୍ ନ କରି ଏହି ଧାରାକୁ ଜାରି ରଖିବୁ ବୋଲି କହିଛନ୍ତି ପ୍ରମେୟ-ନ୍ୟୁଜ୍ ୭ର ଗ୍ରୁପ୍ କନ୍ସଲ୍ଟିଙ୍ଗ୍ ଏଡିଟର (ଡିଜିଟାଲ୍) ଶ୍ରୀ ସୁବ୍ରତ ଦାସ। ଏହି ଅବସରରେ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ କହିଛନ୍ତି ଯେ ବର୍ତମାନ ଡିଜିଟାଲ୍ ମିଡିଆ ହିଁ ସାରା ମିଡିଆ ଜଗତକୁ ଆଚ୍ଛାଦିତ କରି ରଖିବ ଏବଂ ଭବିଷ୍ୟତରେ ଖବର ପ୍ରସାରଣର ରୂପରେଖ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ପ୍ରମେୟ.କମ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଙ୍ଗ) ଶ୍ରୀ ହିମାଂଶୁ ହୋତା, ପ୍ରମେୟ ନ୍ୟୁଜ୍୭.କମ୍ ଓ ପ୍ରମେୟ.କମ୍ ର ମୁଖ୍ୟ ଶ୍ରୀ ଅମରେଶ ଦାସ, ପ୍ରମେୟ.କମ୍ର ଇନ୍ଚାର୍ଜ ଶ୍ରୀ ଜିତ୍ ପଟ୍ଟନାୟକ, ଟେକ୍ନିକାଲ୍ କନ୍ସଲ୍ଟାଂଟ୍ ଶ୍ରୀ ଯୁବାନାଶ୍ୱ ମିଶ୍ର ଏବଂ ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ଏଚ୍ଆର୍ ମ୍ୟାନେଜର ଶ୍ରୀ ପିନାକୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.