Odisha Link
Bridging the Missing Links in Odisha

ପୁଡୁଚେରୀରେ ଭାଙ୍ଗିଲା ସରକାର, ମୋଦୀ-ବେଦୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ

ନୂଆଦିଲ୍ଲୀ: ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର। ବିଧାନସଭାରେ ବିଶ୍ବାସ ଭୋଟରେ ହାରିବା ପରେ ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର। ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ ନିଜର ଇସ୍ତଫା ପତ୍ର ଉପରାଜ୍ୟପାଳଙ୍କୁ ଦେଇଥିବା ସୂଚନା ମଧ୍ୟ ରହିଛି। ସୂଚନଥାଉକି, ୬ ବିଧାୟକ ଇସ୍ତଫା ଦେବା ପରେ ନାରାୟଣସ୍ବାମୀ ସରକାର ସଙ୍କଟରେ। ବିଶ୍ବାସ ଭୋଟ ଆଗରୁ ଆଉ ଦୁଇ ଜଣ ବିଧାୟକ ଇସ୍ତଫା ଦେବା ଫଳରେ ପୁଡୁଚେରୀରେ ରାଜନୈତିକ ସଙ୍କଟ ଜଟିଳ ହୋଇଥିଲା।

ଆଜି ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ ଆସ୍ଥାଭୋଟ୍‌ ହାରିବା ପରେ ସମର୍ଥିତ ବିଧାୟକଙ୍କ ସହ ବିଧାନସଭା ତ୍ୟାଗ କରିଥିଲେ। ଏହାପରେ ଉପରାଜ୍ୟପାଳଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ଦେଇଥିଲେ ନାରାୟଣସ୍ବାମୀ। ଏଥିସହିତ ସେ କହିଛନ୍ତି ଯେ, ଆମେ ଡିଏମ୍‌କେ ଓ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲୁ। ଏହାପରେ ଆମେ ବିଭିନ୍ନ ନିର୍ବାଚନର ସାମ୍ନା କରିଥିଲୁ। ଆମେ ସମସ୍ତ ଉପନିର୍ବାଚନରେ ବାଜି ମାରିଥିଲୁ। ଏଥିରୁ ସ୍ପଷ୍ଟ ଯେ, ପୁଡୁଚେରୀର ଜନତା ଆମ ସରକାର ଉପରେ ଭରଷା ରଖିଛନ୍ତି ବୋଲି ନାରାୟଣସ୍ବାମୀ କହିଛନ୍ତି।

ନାରାୟଣସ୍ବାମୀ ପୁଡୁଚେରୀରର ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବେଦୀ ଓ କେନ୍ଦ୍ର ସରକାର ବିପକ୍ଷ ଦଳ ସହ ମିଶି ସରକାର ଭାଙ୍ଗିବାର ଯୋଜନା କରିଥିଲେ। କେନ୍ଦ୍ର ସରକାର ପୁଡୁଚେରୀ ଲୋକଙ୍କ ସହ ବିଶ‌୍ବାସଘାତ କରିଥିବା ନେଇ ନାରାୟଣସ୍ବାମୀ କହିଛନ୍ତି।

Comments are closed.