Odisha Link
Bridging the Missing Links in Odisha

ରାଜଧାନୀରେ ଶିକ୍ଷକଙ୍କୁ କରୋନା, ସ୍କୁଲ ଛୁଟି କରି କରାଗଲା ବିଶୋଧନ

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହେଲେ ଶିକ୍ଷକ। ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ପରେ ସେ ପରୀକ୍ଷା କରିବାରୁ କରୋନା ଆକ୍ରାନ୍ତ ବେଲି ଜଣାପଡିଲା। ପାଠ ପଢ଼ାଇବା ସମୟରେ ଶିକ୍ଷକ ଜଣଙ୍କ ପିଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ କାର୍ଯ୍ୟ କରାଯାଉଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ବି.ଏମ.ସି କମିସନର କହିଛନ୍ତି ଯେ, ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ସହ ସମ୍ପର୍କରେ ଅଛନ୍ତି। ଯଦି ଅନ୍ୟ ମାନଙ୍କର ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ପରୀକ୍ଷା କରାଯିବ। ଏପର୍ଯ୍ୟନ୍ତ ପିଲାମାନଙ୍କର କୋଭିଡ ପରୀକ୍ଷା କରାଯାଇ ନାହିଁ। ଯଦି ପିଲାଙ୍କର କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କର ପରୀକ୍ଷା କରାଯିବ ବୋଲି ବି.ଏମ.ସି କମିସନର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀରେ ଏକ ହାଇସ୍କୁଲର ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ସ୍କୁଲକୁ ବନ୍ଦ କରାଯିବା ସହ ପିଲାମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଥିଲା। ପ୍ରକୃତ କାରଣ ସମ୍ପର୍କରେ ପିଲାଙ୍କୁ କୁହାଯାଇ ନ ଯାଇ ବରଂ କ୍ୟାମ୍ପସକୁ ବିଶୋଧନ କରାଯିବାକୁ ଥିବାରୁ ସ୍କୁଲ ଛୁଟି କରାଯାଉଛି ବୋଲି ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା। ଏଥିପାଇଁ ଶନିବାର ଓ ରବିବାର ସ୍କୁଲରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରି ନଥିଲା।

Comments are closed.