Odisha Link
Bridging the Missing Links in Odisha

ଅମାନିଆଙ୍କ ପାଇଁ ସ୍କ୍ୱାଡ ଗଠନ କଲା ବିଏମସି

ଭୁବନେଶ୍ୱର: ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। କମିଶନରେଟ ପୁଲିସ ସହ ଆଲୋଚନା କରାଯାଇଥିବା ବେଳେ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ବିଏମସି କମିଶନର କହିଛନ୍ତି ଯେ, ବିଏମସି ପକ୍ଷରୁ ୫ଟି ସ୍କ୍ୱାଡ ଗଠନ କରି ଯାଞ୍ଚ ଆରମ୍ଭ ହୋଇଛି। ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ବିଏମସିର ସମସ୍ତ ୩ଟି ଜୋନରେ ଅମାନିଆଙ୍କୁ ଜୋରିମାନା କରାଯିବ। ମାଇକ ଜରିଆରେ ଲୋକଙ୍କୁ ସଚେତନ ପାଇଁ ମଧ୍ୟ କୁହାଯାଇଛି। ଆଇଆରସିି ଭିଲେଜରେ ଏକ ସ୍କୁଲରେ ଶିକ୍ଷକ ପଜିଟିଭ ହୋଇଛନ୍ତି। ସମ୍ପୃକ୍ତ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖାଯାଇଛି। ସ୍କୁଲରେ ଅନ୍ୟ କାହାରି ଠାରେ ଲକ୍ଷଣ ନଥିବା ଜଣାପଡ଼ିଛି।

Comments are closed.