Odisha Link
Bridging the Missing Links in Odisha

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ସିବିଆଇ କୋର୍ଟରେ ମାଷ୍ଟରମାଇଣ୍ଡ ବିବନ ହାଜର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୁଲିସ। ଗିରଫ ପରେ କଡ଼ା ସୁରକ୍ଷା ମଧ୍ୟରେ କମିଶନରେଟ ପୁଲିସ ବିବନକୁ ନେଇ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରିଛି। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ୨୨ ବର୍ଷ ପରେ ଆଜି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରାଯାଇଛି। ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଞ୍ଚଳରେ ଏକ କାର ଭିତରେ ଗଣଦୁଷ୍କର୍ମ ଘଟିଥିଲା। ଅଭିଯୁକ୍ତମାନେ ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ୩/୪ ଘଣ୍ଟା ଧରି ଅମାନୁଷିକ ଭାବେ ଜଘନ୍ୟ କାଣ୍ଡ ଘଟାଇଥିଲେ।

ଗଣଦୁଷ୍କର୍ମ ପରେ ଫେରାର ବିବନ ପୁଣେ ଆମ୍ବି ଭ୍ୟାଲିରେ ନାମ ବଦଳାଇ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଇପ ମିସ୍ତ୍ରୀଭାବେ କାମ କରୁଥିଲା। ପରିଚୟପତ୍ର, ଆଧାରକାର୍ଡ ଓ ପାସବୁକ ଜଳନ୍ଧର ନାମରେ କରିଥିଲା। ୩ ମାସ ତଳେ ସାଇଲେଣ୍ଟ ଭାଇପର ଅଭିଯାନ କରୁଥିଲୁ। ଯାହା ସିବିଆଇ କରିପାରିନଥିଲା ଆମେ ତାହା କରି ସଫଳ ହେଲୁ। ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ। ବିବନକୁ ଗିରଫ କରିବା ଓଡ଼ିଶା ପୁଲିସ ପାଇଁ ବଡ଼ ସଫଳତା ବୋଲି ସିପି କହିଛନ୍ତି।

Comments are closed.