Odisha Link
Bridging the Missing Links in Odisha

ଓଡ଼ିଶାରେ ସ୍ଥିତି ବିଗିଡ଼ିଲେ ହୋଇପାରେ ଲକ୍‌ଡାଉନ୍: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି। ଏନେଇ ଗତକାଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସଂକ୍ରମଣ ପ୍ରତିହତ ପାଇଁ ଆବଶ୍ୟକ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ କୋଭିଡ ଗାଇଡଲାଇନ ଜାରି କରିଥିଲେ।

ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି। ପରିସ୍ଥିତି ବିଗିଡ଼ିଲେ ଓଡ଼ିଶାରେ ଲକଡାଉନ ହୋଇପାରେ। ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜର ପ୍ରତିକ୍ରିୟା ଦେବା ଅବସରରେ ଏହା କହିଛନ୍ତି।

ସେ କହିଛନ୍ତି ଯେ, ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଲୋକମାନଙ୍କୁ ସଚେତନ କରାଯାଉଛି। ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଏଥିସହ କୋଭିଡ ନିୟମ ମାନିବାକୁ ମନ୍ତ୍ରୀ ଶ୍ରୀ ଦାସ ଲୋକଙ୍କୁ ନିବେଦନ କରିଛନ୍ତି।

Comments are closed.