Odisha Link
Bridging the Missing Links in Odisha

ନିର୍ଦ୍ଧାରଣ ହେବ ସାନି ତାରିଖ: ସିଇଓ

ଭୁବନେଶ୍ବର: ପିପିଲି କଂଗ୍ରେସ ପ୍ରର୍ଥୀଙ୍କ ଦେହାନ୍ତ ପରେ ସିଇଓ ସୂଚନା ଦେଇଛନ୍ତି। ଏନେଇ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ।

ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଦେବାକୁ କଂଗ୍ରେସକୁ ସୁଯୋଗ ମିଳିବ। ହେଲେ ନାମାଙ୍କନ ଦାଖଲ କରିଥିବା ଅନ୍ୟ ପ୍ରାର୍ଥୀଙ୍କ ପ୍ରାଥୀତ୍ୱ ବଳବତ୍ତର ରହିବ।

ସୂଚନାଯୋଗ୍ୟ ଯେ, ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି। କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ। ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା। ଖବର ପାଇ ଆପୋଲ ହସ୍ପିଟାଲରେ କଂଗ୍ରେସର ବରିଷ୍ଠ ନେତା ପହଞ୍ଚିଥିଲେ।