Odisha Link
Bridging the Missing Links in Odisha

ମାଓ ଶିବିର ଉପରେ ଏୟାର ଷ୍ଟ୍ରାଇକ

ମାଲକାନଗିରି: ପ୍ରଥମ ଥର ଲାଗି ମାଓବାଦୀଙ୍କ ଉପରେହୋଇଛି ଏୟାର ଷ୍ଟ୍ରାଇକ। ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖପାତ୍ର ବିକଳ୍ପ ପ୍ରେସ ନୋଟ ଜାରି କରି ଏହି ସୂଚନା ଦେଇଛନ୍ତି।

ଏହାସହ ଏୟାରଷ୍ଟ୍ରାଇକର ଭିଡିଓ ଓ ଫଟୋ ବି ଜାରି କରାଯାଇଛି। ମାଓବାଦୀମାନେ ଦାବି କରିଛନ୍ତି, ୧୯ ଏପ୍ରିଲରେ ପୁଲିସ ଡ୍ରୋନ ମାଧ୍ୟମରେ ମାଓବାଦୀଙ୍କ ଉପରେ ୧୨ ବୋମା ଫିଙ୍ଗିଛନ୍ତି। ତେବେ ଡ୍ରୋନ ଆକ୍ରମଣ ପୂର୍ବରୁ ମାଓବାଦୀମାନେ ସ୍ଥାନ ପରିବର୍ତନ କରିଦେଇଥିଲେ।

ଫଳରେ ସେମାନଙ୍କ କିଛି କ୍ଷୟକ୍ଷତି ହୋଇନଥିବା କହିଛନ୍ତି ମାଓବାଦୀ। ପାମେଡ ଥାନା ଅଞ୍ଚଳରେ ବୋତାଲଙ୍କା ଓ ପାଲା ଗୁଡେମ ଗାଁରେ ଏହି ଡ୍ରୋନ ଆକ୍ରମଣ ହୋଇଛି।