Odisha Link
Bridging the Missing Links in Odisha

ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ

ଲାଗିଲା କରୋନା କଟକଣା

ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ଯିବା ଲାଗିଲା କଟକଣା। କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧର୍ମୀୟ ପୀଠରେ ପ୍ରବେଶ ନିଷେଧ କରାଯାଇଛି।

କେବଳ ମନ୍ଦିରର ପୂଜକମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ସେପଟେ କାଲିଠୁ ମେ ୧୫ ତାରିଖ ଯାଏଁ ସାଧାରଣ ଲୋକ ଜନଗହଳି ପୂଣ୍ଣ ଅଞ୍ଚଳ ଯେପରିକି ଧର୍ମୀୟ ଅନୁଷ୍ଠାନ, ପାର୍କ, ସମୁଦ୍ର କୂଳ, ଖେଳ ପଡିଆ ଓ ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି।

ଭୁବନେଶ୍ୱର ଓ କଟକରେ ମଧ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଟୁଇନ ସିଟିରେ ଭକ୍ତଙ୍କ ମନ୍ଦିର ପ୍ରବେଶକୁ ମନା କରାଯାଇଥିଲା।ଆଜି ଶ୍ରୀରାମ ନବମୀରେ ବି ଟୁଇନ ସିଟିର ସମସ୍ତ ରାମ ମନ୍ଦିର ଫାଙ୍କା ରହିଥିଲା।

 

 

Leave A Reply

Your email address will not be published.