Odisha Link
Bridging the Missing Links in Odisha

କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡ଼ିଶାବାସୀ ସାଂଘାତିକ କ୍ଷତି ଭୋଗିବେ: ପୃଥ୍ୱୀରାଜ

ଭୁବନେଶ୍ବର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି। ବଢୁଛି କରୋନାର କାୟା। ସ୍ଥିତି ହେଉଛି ବେକାବୁ। ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି।

ତେବେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଏନେଇ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟ ସରକାର ପରିସ୍ଥିତିକୁ ଗୁରୁତ୍ୱ ବଦଳରେ ହାଲୁକାଭାବେ ନେଉଛନ୍ତି। ସଂକ୍ରମଣ ବଢିଥିବା ଅନ୍ୟ ରାଜ୍ୟରେ ବ୍ୟାପକ ଟେଷ୍ଟିଂ କରାଯାଉଛି। ଆମ ରାଜ୍ୟରେ କିନ୍ତୁ ଟେଷ୍ଟିଂ ହାର ବଢୁନି। ଟେଷ୍ଟିଂ ବଢୁନଥିବାରୁ ସଂକ୍ରମଣ ଭିତରେ ଭିତରେ ବଢିଚାଲିଛି।

ରାଜ୍ୟ ସରକାର ଟେଷ୍ଟିଂ ହାର ବ୍ୟାପକ ଏବଂ ବ୍ୟାପ୍ତ କରିବା ଦରକାର। ଅକ୍ସିଜେନ ପର୍ଯ୍ୟାପ୍ତ ଅଛି ବୋଲି ସରକାର କହୁଛନ୍ତି। ତେବେ କେତେ ଅଛି ସେ ସମ୍ପର୍କରେ ସ୍ପଷ୍ଟ କରିବା ଦରକାର। କେନ୍ଦ୍ର ସରକାର ୫୬୭ ଭେଣ୍ଟିଲେଟର ଦେଇଥିଲେ । ତା’ର ଉପଯୋଗ ସ୍ପଷ୍ଟ କରାଯାଉ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଅନ୍ୟପଟେ ଡିଏମଇଟି ସିବିକେ ମହାନ୍ତିକହିଛନ୍ତି ଯେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛନ୍ତି । ଗତ ପିକ୍ ସମୟ ଅପେକ୍ଷା ଏବେ ପର୍ଯ୍ୟାପ୍ତ ଅକ୍ସିଜେନ ଷ୍ଟକ ରଖାଯାଇଛି। ବେଡ ଓ ଆଇସିୟୁ ମଧ୍ୟ ପର୍ଯ୍ୟାପ୍ତ ଅଛି। ୭୧ କୋଭିିଡ ହସ୍ପିଟାଲରୁ ୩୧ଟି ଚାଲିଛି। ୨୬ ପ୍ରତିଶତ ବେଡ, ୧୪.୧୮% ଆଇସିୟୁ ଓ ୧୦ ପ୍ରତିଶତ ଭେଣ୍ଟିଲେଟର ବ୍ୟବହୃତ ହୋଇଛି। ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ କରୋନା ପିକରେ ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

Leave A Reply

Your email address will not be published.