Odisha Link
Bridging the Missing Links in Odisha

କରୋନା: ପରାମର୍ଶ ଦେଲେ ୩ ଖ୍ୟାତନାମା ଡାକ୍ତର

ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆଜି କୋଭିଡ୍ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି ଦେଶର ୩ ବରିଷ୍ଠ ଡାକ୍ତର। ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ , ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ ଆଜି ଦେଶର କୋଭିଡ୍ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି ।

ଯେଉଁଥିରେ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ରେମଡେସିଭିର ଔଷଧ ରାମବାଣ ନୁହେଁ, ଏହା କେବଳ ସେହି ଲୋକଙ୍କ ପାଇଁ ଜୁରରୀ ଯେଉଁମାନେ ଏହାକୁ ଆବଶ୍ୟକ କରୁଛନ୍ତି। ତେଣୁ ଆବଶ୍ୟକ ନଥିଲେ ଏହାକୁ ନଖାଇବାକୁ ସେ ପରାମର୍ଶ ଦେଇଛନ୍ତି।

ଏଥିସହ କରୋନା ଲକ୍ଷଣ ଦେଖାଗଲେ ତୁରନ୍ତ ନିଜକୁ ଆଇସୋଲେଟ୍ କରିବା ସହିତ ଚିକିତ୍ସା ଆରମ୍ଭ କରିଦେବା ଉଚିତ୍। କରୋନା ପଜିଟିଭ୍ ଆସିବା ପରେ ଖାଲି ହସ୍ପିଟାଲ ଦୌଉଡିବା ଉଚିତ୍ ନୁହେଁ। ସାଧାରଣ ଲକ୍ଷଣ ଦେଖାଗଲେ କ୍ୱାରେଣ୍ଟାଇନ୍ ସେଣ୍ଟର ଯିବାକୁ ସେ ପରାମର୍ଶ ଦେଇଛନ୍ତି।

ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ କହିଛନ୍ତି ଯେ, ଯଦି କାହା ଦେହରେ କରୋନାର ଲକ୍ଷଣ ଦେଖିବାକୁ ମିିଳୁଛି , ତେବେ ଭୟଭୀତ ହୁଅନ୍ତୁ ନାହିଁ।

ଡାକ୍ତରଙ୍କ ସହିତ ଯୋଗାଯୋଗ ରଖି ଚିକିତ୍ସିତ ହେବାକୁ ସେ କହିଛନ୍ତି। କରୋନା ଏବେ କମନ ହୋଇଗଲାଣି। ତେଣୁ ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ଅକ୍ସିଜେନ ଲେଭଲ ଚେକ୍ କରାନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.