Odisha Link
Bridging the Missing Links in Odisha

ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ପୁରୀ: ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା। ବଡଦାଣ୍ଡରେ ଗଡିଲା ତାଳଧ୍ୱଜ ରଥ। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ଶ୍ରୀଜିଉ। ନବଦିନାତ୍ମକ ଯାତ୍ରା ସାରି ବାହୁଡୁଛନ୍ତି ତିନି ଠାକୁର। ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ।

ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ ରଥାରୁଢ ହେବା ପରେ ଛେରାପହଁରା ନୀତି ହୋଇଥିଲା। ଶ୍ରୀଜିଉଙ୍କ ଆଦ୍ୟ ସେବକ ଗଜପତି ମହରାଜା ତିନି ରଥରେ ଛେରା ପହଁରା କରିଛନ୍ତି। ଏହା ପରେ ଚାରମାଳ ଫିଟାଯାଇ ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହୋଇଛି। ରଥଟଣା ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ସବୁ ନୀତିକାନ୍ତି।