Odisha Link
Bridging the Missing Links in Odisha

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରଶ୍ମିରଞ୍ଜନ ନାୟକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଢେଙ୍କାନାଳର ପିଡି ଡିଆରଡିଏ ଥିବା ନରୋତ୍ତମ ବେହେରାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି।

ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ତଥା ମୋ କଲେଜ ଓଏସ୍‌ଡି ଶାନ୍ତନୁ କୁମାର ମହାନ୍ତିଙ୍କୁ ପର୍ୟ୍ୟଟନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଢେଙ୍କାନାଳ ପିଡି ଡିଆରଡିଏ ଭାବେ ନିଯୁକ୍ତି ମିଳିଛି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତାଙ୍କ ଓଏସ୍‌ଡି ଅମିୟ କୁମାର ରାଉତଙ୍କୁ ମୋ କଲେଜର ସ୍ୱତନ୍ତ୍ର ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।