Odisha Link
Bridging the Missing Links in Odisha

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ଆଇଏମଏଫ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଏବେ ତାଲିବାନକୁ ଝଟକା। ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ନେଇ ଘୋଷଣା କରିଛି। ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେ ତାଙ୍କ ଟ୍ୱଟରେ ଲେଖିଛନ୍ତି ଯେ, “ଯାହା ସବୁବେଳେ ହୋଇଥାଏ, ତାହା ଏବେ ହୋଇଛି, ଆଇଏମଏଫ ସବୁବେଳେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ବିଚାର ମୁତାବକ ପରିଚାଳିତ ହୋଇଥାଏ।” ସେ ଆହୁରି କହିଛନ୍ତି କି ଏହି ସମୟରେ ଆଫଗାନିସ୍ତାନର ସରକାର ବାବଦରେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ସ୍ପଷ୍ଟତା କମ ରହିଛି। ଏହାର ପରିଣାମ ସ୍ୱରୂପ ଏହି ଦେଶକୁ ଏସଡିଆର କିମ୍ବା ଆଇଏମଏଫ ତରଫରୁ ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ ହେବାକୁ ଯାଉଛି।

ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ କହିଛନ୍ତି, ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲେ ବି ତାଲିବାନୀଙ୍କ ପାଖରେ ଆଫଗାନର ସମସ୍ତ ନଗଦ ଟଙ୍କା ଓ ସୁନା ଷ୍ଟକ ପହଂଚି ପାରି ନାହିଁ। ଅନ୍ୟପଟେ ଦ ଆଫଗାନିସ୍ତାନ ବ୍ୟାଙ୍କ (ଡିଏବି) ର ଗଭର୍ଣ୍ଣର ଅଜମଲ ଅହମଦୀ ଟ୍ୱିଟର ମାଧ୍ୟମରେ କହିଛନ୍ତି କି ବ୍ୟାଙ୍କ ପାଖରେ ୯ ଅରବ ଡଲାରର ଭଣ୍ଡାର ଥିଲା। ହେଲେ ଏହାର ଅଧିକାଂଶ ଭାଗ ବିଦେଶୀ ବ୍ୟାଙ୍କ ହାତରେ ରହିଛି। ଯାହା ତାଲିବାନ ପାଖରେ ପହଂଚିପାରିବ ନାହିଁ।

Leave A Reply

Your email address will not be published.