Odisha Link
Bridging the Missing Links in Odisha

୧୦ ମାସର ଶିଶୁ ଓ ସ୍ତ୍ରୀକୁ ହତ୍ୟାକରି ସ୍ୱାମୀର ଆତ୍ମହତ୍ୟା

ବ୍ରହ୍ମପୁର: ୧୦ ମାସର ଶିଶୁ ଓ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ। ୧୦ ମାସର ଶିଶୁ ଗଳାକୁ ଚିପି ସ୍ତ୍ରୀର ଗଳା କାଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କୋଟବଗଡଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ସ୍ୱାମୀ ସୁଜନ ପ୍ରଧାନ ବୋଲି ଜଣାପଡିଛି।

ସୂଚନା ମୁତାବକ, ସୁଜନ ନିଜ ୧୦ ମାସର ସନ୍ତାନକୁ ପ୍ରଥମେ ଗଳା ଚିପିବା ପରେ ସ୍ତ୍ରୀର ଗଳା କାଟି ହତ୍ୟା କରିଛନ୍ତି। ଏହାପରେ ନିଜେ ବେକରେ ରସି ଲଗାଇ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏପରି ଅଘଟଣ ଘଟିଛି ସେନେଇ କିଛି ସୂଚନା ମିଳିନାହିଁ।