Odisha Link
Bridging the Missing Links in Odisha

ମେଡ଼ିକାଲରେ ଅବ୍ୟବସ୍ଥା: ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ। ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡ଼ିଓଟି ଗତ ଦୁଇ ଦିନ ପୂର୍ବର ବୋଲି ଜଣାପଡିଛି।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଛନ୍ତି, ପାରାମେଡ଼ିକାଲ ଷ୍ଟାଫ ମଧ୍ୟ ଅଛନ୍ତି। କିନ୍ତୁ ଜଣେ ସିକ୍ୟୁରିଟି ଗାର୍ଡ କାହିଁକି ଓ କେଉଁ ପରିସ୍ଥିତିରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥିଲେ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି। ସିକ୍ୟୁରିଟି ଗାର୍ଡ ଜଣକ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ଦୃଶ୍ୟ ଭାଇରାଲ୍‌ ହୋଇଛି।

ଆଉଟଡୋର ଦାୟିତ୍ୱରେ ଥିବା କର୍ମଚାରୀ କଣ କରୁଥିଲେ। ସିକ୍ୟୁରିଟି ଗାର୍ଡ କାହିଁକି ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ? ଏଥିସହ ମେଡ଼ିକାଲର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।