Odisha Link
Bridging the Missing Links in Odisha

ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ମୌସୁମୀ ଅଧିବେସନ ଶେଷ ଦିନରେ ବି ଚାଲିପାରୁନି ଗୃହ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ ବିରୋଧୀ। କଂଗ୍ରେସ ବି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା।

ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ଦୋହଲ୍ଲା ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ପରେ ସାଢ଼େ ୧୧ଟା ପରେ ଗୃହ ଆରମ୍ଭ ହେବା ମାତ୍ରେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ବିରୋଧୀ।

ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ​ଚାଷୀଙ୍କ ସାର ଓ ସ୍ୱାମୀନାଥନ କମିଟିଙ୍କ ସୁପାରିଶ ଲାଗୁ କରିବା ଦାବିରେ ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛି ବିଜେଡି ।

Leave A Reply

Your email address will not be published.