Odisha Link
Bridging the Missing Links in Odisha

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଓଏଲ୍‌ ବ୍ୟରୋ: ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ। ଏହି ଗସ୍ତ ସମୟେ ସମଲେଇ ପ୍ରୋଜେକ୍ଟର ସମୀକ୍ଷା କରିବେ। ଏଥିସହହିତ ସମ୍ବଲପୁରରେ ହେଉଥିବା ସରକାରୀ କାର୍ଯ୍ୟର ତଦାରଖ ମଧ୍ୟ କରିବେ।

ଆଜିର ଏହି ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ଭିଭି ଯାଦବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସେକ୍ରେଟାରୀ ଆର ଭିନିଲକ୍ରିଷ୍ଣା ସାମିଲ ଅଛନ୍ତି।

ସମଲେଇ ମନ୍ଦିର ବୁଲିବା ସହ ମନ୍ଦିର ପୂଜକ, ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ପ୍ରଥମେ ଜମାଦାରପାଲି ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ମନ୍ଦିର ପହଂଚିବେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।