ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍: ଅଲିମ୍ପିକ୍ ଟିକେଟ୍ ଲକ୍ଷ୍ୟରେ ପ୍ରମୋଦ

ଭୁବନେଶ୍ବର: ଆଜିଠୁ ସ୍ବିଜରଲାଣ୍ଡ ବାସିଲଠାରେ ଆରମ୍ଭ ହେବ ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍। ଏହି ପ୍ରତିଯୋଗିତାରେ ୨୪ ଭାରତୀୟ ଖେଳାଳି ଭାଗ ନେଇଛନ୍ତି। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ପ୍ରମୋଦ ଭଗତ ୨୪ ଜଣିଆ ସଦସ୍ୟରେ ସ୍ଥାନ ପାଇଛନ୍ତି। ସଂପ୍ରତି ପ୍ରମୋଦ ୩୩୫୦ ପଏଣ୍ଟ୍ ଅର୍ଜନ କରି ଟୋକିଓ ଅଲିମ୍ପିକ୍ ଯୋଗ୍ୟତା ଦୌଡ଼ରେ ଶୀର୍ଷରେ ରହିଥିଲା ବେଳେ ଡାନିଏଲ୍ ବିଥେଲ୍ (୧୯୩୦)ରେ ଦ୍ବିତୀୟରେ ଅଛନ୍ତି। ବିଶ୍ବ ଚାମ୍ପିଅନ୍ସିପ୍ରେ ପ୍ରମୋଦ ଶ୍ରେଷ୍ଠ ପ୍ରଦର୍ଶନ ଦେଲେ ଅଲିମ୍ପିକ୍ ଟିକେଟ୍ ନିଶ୍ଚିତ ହେବାର ସମ୍ଭାବନା ରହିଛି।
ପ୍ରତି ଦୁଇ ବର୍ଷ ଅନ୍ତରରେ ହେଉଥିବା ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ସେ ସେମିଫାଇନାଲ୍ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ଚଳିତ ବର୍ଷ ଭଲ କରିବାକୁ ଆଶା ରଖିଛନ୍ତି ପ୍ରମୋଦ। ତାଙ୍କର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଥାଇଲାଣ୍ଡର ମଙ୍କୁନ ଭୁସୁନୁ ଏବଂ ଦ୍ବିତୀୟରେ କେନିଆର ଇଦୁଇନ୍ ମୁରୁହାଙ୍କୁ ଭେଟିବେ।