Odisha Link
Bridging the Missing Links in Odisha

ଆସୁଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ମଧ୍ୟରେ ବିଶ୍ବରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏ ସମ୍ପର୍କରେ ଏପରି ଅନୁମାନ କରିଛନ୍ତି ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର। ବ୍ୟାଙ୍କ ଅଫ୍‌ ମେରିଲ ଲିଞ୍ଚର ସର୍ଭେ ରିପୋର୍ଟ ମୁତାବକ ୨୦୨୦ରେ ବିଶ୍ୱରେ ସବୁଠାରୁ ବଡ଼ ମାନ୍ଦାବସ୍ଥା ଦେଖିବାକୁ ମିଳିବ। ଏହି ମାନ୍ଦାବସ୍ଥା ଆମେରିକାରେ ପ୍ରଥମେ ଦେଖାଦେବ ବୋଲି ରିପୋର୍ଟରେ କୁହାଯାଇଛି। ସର୍ଭେରେ ସାମିଲ ୩୪ ପ୍ରତିଶତ ଫଣ୍ଡ ମ୍ୟାନେଜରଙ୍କ ମତକୁ ନେଇ ଏହି ଭବିଷ୍ୟବାଣୀ କରାଯାଇଛି। ଏହା ୨୦୧୧ ଅକ୍ଟୋବର ପରେ ସବୁଠାରୁ ଖରାପ ସମୟ ହେବ। ଅଗଷ୍ଟ ୨ରୁ ୮ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।

ବିଶ୍ୱରେ ୫୫୩ ବିଲିୟନ ଡଲାର ଫଣ୍ଡ ମ୍ୟାନେଜମେଣ୍ଟ କରୁଥିବା ମୋଟ ୨୨୪ ଶୀର୍ଷ ଫଣ୍ଡ ମ୍ୟାନେଜର ଏଥିରେ ସାମିଲ ହୋଇଥିଲେ। ଅଧାରୁ ଅଧିକ ମ୍ୟାନେଜରଙ୍କ କହିବାନୁଯାୟୀ କର୍ପୋରେଟ ଗ୍ରୁପ୍‌ ଅତ୍ୟନ୍ତ ଚାପ ମଧ୍ୟରେ ରହିଛନ୍ତି। ବାଲାନ୍ସ ସିଟ୍‌ ସୁଧାରିବା ଲାଗି ସେମାନଙ୍କୁ ପଦକ୍ଷେପ ନେବାକୁ ହେବ। କର୍ପୋରେଟ ଜଗତ ନିଜର ବାଲାନ୍ସ ସିଟ୍‌ ସୁଧାରିବା ପାଇଁ ବାଏବ୍ୟାକ୍‌ ଏବଂ ଅନ୍ୟ ବିକଳ୍ପ ଉପରେ କାମ ନ କରି ବରଂ ନଗଦ ବ୍ୟବହାର କରିବା ଉଚିତ। ବାଣିଜ୍ୟ ଯୁଦ୍ଧ ଆଗାମୀ ଦିନରେ ମାନ୍ଦାବସ୍ଥାର ଆଉ ଏକ କାରଣ ହୋଇପାରେ ବୋଲି ଫଣ୍ଡ ମ୍ୟାନେଜର ମାନେ ମତପ୍ରକାଶ କରିଛନ୍ତି।

Comments are closed.