ଯୁବକଙ୍କୁ ମାଡ଼ ମାରି କନଷ୍ଟେବଲ ନିଲମ୍ୱିତ

ବୌଦ୍ଧ : ଯୁବକଙ୍କୁ ଅତି ଅମାନୁଷିକ ଭାବେ ପିଟୁଛନ୍ତି ଜଣେ ପୋଲିସ କର୍ମଚାରୀ। ବୌଦ୍ଧ ଜିଲ୍ଲା ମଡେଲ ଥାନାର ଜଣେ ପୋଲିସ ବାବୁ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି।
ସାଧା ପୋଷାକରେ ଥିବା ଏହି ବ୍ୟକ୍ତି ଜଣେ କନେଷ୍ଟବଳ। ତାଙ୍କ ନାଁ ରଞ୍ଜନ ମହାପାତ୍ର। ସଂପୃକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କୁ କମେଣ୍ଟ ମାରିଥିବା ଅଭିଯୋଗ ହୋଇଥିଲା। ତାକୁ ପୋଲିସ ଗିରଫ କରି କୋର୍ଟ ଚାଲଣ ମଧ୍ୟ କରିଛି। କିନ୍ତୁ ଏହା ପୂର୍ବରୁ କନଷ୍ଟେବଳ ଜଣଙ୍କ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟୁଛନ୍ତି । ଏ ଦୃଶ୍ୟ ଦେଖିଲେ ବୌଦ୍ଧ ପୋଲିସର ଦବଙ୍ଗଗିରିକୁ ପଦାରେ ପକାଇଛି ।