Odisha Link
Bridging the Missing Links in Odisha

ଜାହାଜ ମାଲିକଙ୍କୁ ନୋଟିସ

ଚିଲିକା : ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ୱା’ର ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବାକୁ ନୋଟିସରେ ନିଦେ୍ର୍ଧଶ ଦିଆଯାଇଛି। ଏହାଛଡ଼ା ଆସନ୍ତା ୭ ଦିନ ମଧ୍ୟରେ ପୁରୀ ସମୁଦ୍ର କୂଳ ଛାଡ଼ିବାକୁ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଗତ ଅଗଷ୍ଟ ୭ ତାରିଖ ଠାରୁ ଉକ୍ତ ଜାହାଜଟି ଚିଲିକା ନିକଟ ରାଜହଂସରେ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଯେ କୌଣସି ସମୟରେ ଉକ୍ତ ଜାହାଜରୁ ତେଲ ଲିକ ହେବାର ସମ୍ଭାବନା ରହିଥିବାରୁ ଏବେ ଉକ୍ତ ଜାହାଜରୁ ତେଲ କଢା ଯାଉଛି ।

Comments are closed.