Odisha Link
Bridging the Missing Links in Odisha

ଏମପିଭି ୬ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମପିଭି ୬ ପୁଲି ମେଟାଲା ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳାରେ ୬୦ ଟି ବିଦ୍ୟାଳୟର ଛାତଛାତ୍ରୀ ଙ୍କର ୧୦୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ବିଜ୍ଞାନର ଭିତ୍ତିକ ପ୍ରଶ୍ନୋତ୍ତର ଓ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସେଠି ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ନ ଚନ୍ଦ୍ର ବେବର୍ତା ଓ ନୀତି ଆୟୋଗର ରାଜ କିଶୋର ରେଡ୍ଡୀ ଓ କାଲିମେଳା ବ୍ଲକ ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୂଖାର୍ଜୀ, ଜିଲ୍ଲାପରିଷଦ ସଭ୍ୟ ପ୍ରମିଳା ଦାସ ଆଦି ଅନ୍ୟ ତମ ଅତିଥି ରୂପେ ଯୋଗ ଦେଇଥିଲେ।

ଉକ୍ତ ବିଜ୍ଞାନ ମେଳାରେ ବିଚାରକ ଭାବରେ ଜିଲ୍ଲାର ସଦର ମହକୁମା ଘଡାଇ ଆବାସିକ ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ, ରାସାୟନିକ ବିଜ୍ଞାନ ଅଧ୍ୟାପିକା ରୋଜାଲିନ ସାହୁ ସତ୍ୟନାରାୟଣ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଆଦି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ଛାତଛାତ୍ରୀ ମାନଙ୍କୁ ନିର୍ଣ୍ଣୟ କରିଥିଲେ। ଘଡାଇ ଆବାସିକ ଯୁକ୍ତ ତିନି ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ଅୟୋଜିତ ବିଜ୍ଞାନମେଳାରେ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ବୈଜ୍ଞାନିକ ହେବା ପାଇଁ ସେମାନଙ୍କର ମନୋବଳ ଦୃଢ କରିବା ପାଇଁ ବିଭିନ୍ନ ପ୍ରେରଣା ପ୍ରଦାନକାରୀ ମତ ପ୍ରକାଶ କରିବା ସହ ପିଲା ଙ୍କୁ ବୈଜ୍ଞାନିକ କରିବାରେ ବିଜ୍ଞାନ ମେଳା ଏକ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ଅୟୋଜିତ ବିଜ୍ଞାନ ମେଳା କୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ବେହେରାଙ୍କ ତତ୍ତ୍ବାବଧାନ ଓ ଏହାକୁ ଶିକ୍ଷୟତ୍ରୀ ଏମ୍ ନନ୍ଦିନୀ ପରିଚାଳନା ଭାର ତୁଲାଇ ଥିଲେ।

Comments are closed.