Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ପାର୍ବଣ ଭେଟି; କଟକରେ ଆଦାୟ ହେବନି ଗ୍ରାଉଣ୍ଡ ରେଣ୍ଟ

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ବଣ ଭେଟି ଦେଇଛନ୍ତି। ପୂଜା ଉତ୍ସବ ପାଇଁ କଟକର ଗ୍ରାଉଣ୍ଡ ରେଣ୍ଟ ଆଦାୟ ହେବନି। ମହାନଗର ନିଗମ ଅଞ୍ଚଳ ପାଇଁ ପୂଜା ଋତୁରେ ନିର୍ଦ୍ଦେଶ ଲାଗୁ ହେବ।

ଅନ୍ୟପଟେ, ଦୁର୍ଗାପୂଜାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ପୂଜା ସମୟରେ ରାତି ୧୨ଟା ଯାଏଁ ମେଲୋଡ଼ି ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ। ଦୁର୍ଗାପୂଜା ଭସାଣି ପାଇଁ ପୁଲିସ-ପୂଜା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବାବେଳେ ଏ ବର୍ଷ ଭୁବନେଶ୍ୱର ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ କରାଯିବ ବୋଲି ସ୍ଥିର ହୋଇଛି।