Odisha Link
Bridging the Missing Links in Odisha

ଭାରୀଯାନକୁ ନେଇ କଟକଣା; ନିୟମ ନମାନିଲେ ଗଣିବେ ତଣ୍ଡ

ଓଏଲ୍‌ ବ୍ୟୁରୋ: ଟ୍ରାଫିକ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଭାରୀଯାନକୁ ନୋ ଏଣ୍ଟ୍ରି କରାଯାଇଥିଲା। ବର୍ତ୍ତମାନ ପୁଣି ଆଉ ଏକ କଟକଣା ଲାଗିଛି। କୌଣସି ପ୍ରକାର ଭାରୀଯାନ କିମ୍ବା ବୁହାଯାନ ପ୍ରେସ ଚକ ଠାରୁ ନୂଆପଡା ଛକ, ମଣି ମନ୍ଦିର ଚକ ଠାରୁ ପୋପରବା କିମ୍ବା ଘାଟକୂଳ ଭାୟା ଖାନନଗର ଉଚ୍ଚ ବିଦ୍ୟାଳୟର ସମ୍ମୁଖ କିମ୍ବା ପଛ ପଟ ଦେଇ, ତିନିଘରିଆ ଛକ ଠାରୁ ନୂଆପଡା ଛକ ଏବଂ ୪୨ ମୌଜା ଠାରୁ ଘାଟକୂଳ ଛକ ମଧ୍ୟରେ ସକାଳ ୬ଟାରୁ ରାତ୍ର ୧୦ ଘଟିକା ମଧ୍ୟରେ ଚଳାଚଳ କରିପାରିବେ ନାହିଁ।

ଏହି କଟକଣା ଗୁଡିକ ଜରୁରୀ କାଳୀନ ସେବାରେ ନିୟୋଜିତ ଥିବା, ଯଥା ଖାଦ୍ୟ ଯୋଗାଣ, ଦୁଗ୍ଧ ପରିବହନ ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ଗାଡ଼ି ଗୁଡିକ ନିମନ୍ତେ ଲାଗୁ ହେବ ନାହିଁ। ତେବେ ଏହି ନିୟମ ବ୍ୟତିକ୍ରମ ଜରିମାନା ସ୍ୱରୂପ ୫୦୦ କିମ୍ବା ୧୦୦୦ ତଣ୍ଡା ଜାଣିବାକୁ ପଡିବ ବୋଲି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।