Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ, ୧୯ରେ ହେବ ଫାଇନାଲ ଫାଇଟ୍

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଅ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବକପ୍‌ ଫାଇନାଲରେ ପହଁଞ୍ଚିଲା ଭାରତ। ବ୍ୟାଟସମ୍ୟାନ୍‌ଙ୍କ ଶାନଦାର ବ୍ୟାଟିଂ ସାଙ୍ଗକୁ ବୋଲର ଦମଦାର ବୋଲିଂ ବଳରେ ଭାରତ ୭୦ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ୨୦୧୧ ବିଶ୍ବକପ୍‌ ପରେ ଭାରତ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ହାରିବା ସହିତ ବିଶ୍ବକପ୍‌ ଦୌଡ଼ରୁ ବାଦ ପଡ଼ିଛି।