Odisha Link
Bridging the Missing Links in Odisha

ପାକିସ୍ତାନ ଟିମ୍‌ରେ ଆମୂଳଚୂଳ ପରିବର୍ତ୍ତନ, ଭିନ୍ନ ଫର୍ମାଟ ପାଇଁ ଅଲଗା ଅଧିନାୟକ

ଓଏଲ୍‌ ବ୍ୟୁରୋ: ଚଳିତ ବିଶ୍ବକପ୍‌ରେ ପାକିସ୍ତାନ କ୍ରିକେଟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ସମାଲୋଚନାର ଶିକାର ହୋଇଥିଲା। ଏସବୁ ମଧ୍ୟରେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍। ଏଥିସହିତ ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନ କ୍ରିକେଟ ବୋର୍ଡ ଅଲଗା ଅଲଗା ଫର୍ମାଟ ପାଇଁ ନୂଆ ଅଧିନାୟକ ନିଯୁକ୍ତ କରିଛି।

ଟେଷ୍ଟ ଫର୍ମାଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଶାନ ମୁସୁଦଙ୍କୁ ଅଧିନାୟକ ନିଯୁକ୍ତ କରିଥିବା ବେଳେ ଟି-୨୦ ପାଇଁ ଶାହିନ ଶାହ ଆଫ୍ରିଦିଙ୍କୁ ଅଧିନାୟକ ନିଯୁକ୍ତ କରିଛି। ସବୁଠୁ ବଡ଼କଥା ହେଲେ ଦିନିକିଆ ଫର୍ମାଟରେ କିଏ ଅଧିନାୟକ ହେବ ସେ ନେଇ ପିସିବି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ବିଶ୍ବକପ୍‌ରୁ ବିଦା ହେବା ପରେ ବାବର ଆଜମଙ୍କ ଅଧିନାୟକତ୍ବକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ସେ ୨୦୧୯ ମସିହାରୁ ପାକିସ୍ତାନ କ୍ରିକେଟର ତିନୋଟି ଫର୍ମାଟର ଅଧିନାୟକ ଥିଲେ। ବାବର ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ହିଁ ପିସିବି ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଥିଲା।

Leave A Reply

Your email address will not be published.