Odisha Link
Bridging the Missing Links in Odisha

ଆସନ୍ତା ୧୭ରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସମ୍ମାନ ଉତ୍ସବ; ଯୋଗଦେବେ ମହାମହିମ ରାଜ୍ୟପାଳ

ଓଏଲ୍‌ ବ୍ୟୁରୋ: ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତିକମିଟି ଆନୁକୂଲ୍ୟରେ ଆସନ୍ତା ୧୭ ତାରିଖ ଶୁକ୍ରବାର ସନ୍ଧ୍ୟା ୬ ଘଟିକା ସମୟରେ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜୟନ୍ତୀ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ। ଉକ୍ତ ଉତ୍ସବରେ ଓଡ଼ିଶାର ନବନିଯୁକ୍ତ ମହାମହିମ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବିଶିଷ୍ଟ କୂଟନୀତିଜ୍ଞ ତଥା ଭାରତ ସରକାରଙ୍କ ପୂର୍ବତନ ବୈଦେଶୀକ ସଚିବ ପଦ୍ମଭୂଷଣ ଶ୍ୟାମ୍‍ ସରନ୍‍ ମୁଖ୍ୟବକ୍ତା ଭାବେ ତ୍ରୟୋବିଂଶତମ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିବେ। ଉକ୍ତ ଉତ୍ସବରେ ପୂର୍ବତନ ନିର୍ବାଚନ କମିଶନର ସଞ୍ଜୀବ ଚନ୍ଦ୍ର ହୋତା ସମ୍ମାନୀତ ଅତିଥି ଭାବରେ ଯୋଗଦେବେ। ସ୍ମୃତି କମିଟିର ସଭାପତି ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଏଥିରେ ସଭାପତିତ୍ୱ କରିବେ। ଉକ୍ତ ଜୟନ୍ତୀ ସଭାରେ ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ରଙ୍କୁ ସାମ୍ବାଦିକତା ପାଇଁ ଏବଂ ସମାଜସେବୀ ହରି ପାଙ୍ଗୀଙ୍କୁ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସମ୍ମାନରେ ସମ୍ମାନୀତ କରାଯିବ।

Leave A Reply

Your email address will not be published.