Odisha Link
Bridging the Missing Links in Odisha

ଦିନିକିଆ ବିଶ୍ବକପ୍‌ରେ ସାମିଙ୍କ ବିଶ୍ବ ରେକର୍ଡ

ଓଏଲ୍‌ ବ୍ୟୁରୋ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ। ଖେଳ ଜାରି ରହିଥିବା ବେଳେ ଟିମ୍‌ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଖେଳାଳି ବଡ଼ ରେକର୍ଡ ନିଜ ନାମରେ ସାମିଲ କରୁଛନ୍ତି। ବିରାଟ ଆଜି ଦିନିକିଆ କ୍ରିକେଟରେ ୫୦ତମ ଶତକୀୟ ଇନିଂସ ଖେଳି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିିଛନ୍ତି। ଅନ୍ୟପଟେ ମହମ୍ମଦ ସାମି ୧୭ଟି ଇନିଂସ ଖେଳି ଦିନିକିଆ ବିଶ୍ବକପ୍‌ରେ ଦ୍ରୁତ ୫୦ ଓ୍ବିକେଟ ନେଇଛନ୍ତି।

ମହମ୍ମଦ ସାମି ନ୍ୟୁଜିଲାଣ୍ଡ ବିପକ୍ଷରେ ଶାନଦାର ବୋଲିଂ କରିଛନ୍ତି। ସେ ଏପର୍ଯ୍ୟନ୍ତ ୬ ଓଭର ବୋଲିଂ କରି ୩୦ ରନ୍‌ ବ୍ୟୟ କରିବା ସହିତ ଗୁରୁତ୍ବପୂର୍ଣ୍ଣ ୪ଟି ଓ୍ବିକେଟ ନେଇଛନ୍ତି। ଏଥିସହିତ ସେ ଦିନିକିଆ ବିଶ୍ବକପ୍‌ କ୍ରିକେଟରେ ମାତ୍ର ୧୭ଟି ଇନିଂସ୍‌ ଖେଳି ଦ୍ରୁତ ୫୦ ଓ୍ବିକେଟ ସଫଳତା ପାଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମିଚେଲ ଷ୍ଟ୍ରାକ୍‌ଙ୍କ ନାମରେ ଥିଲା। ଷ୍ଟ୍ରାକ୍‌ ୧୯ଟି ଇନିଂସରେ ୫୦ ଓ୍ବିକେଟ ନେଇଥିଲେ।

ମହମ୍ମଦ ସାମି ୭୯୫ଟି ବଲ୍‌ ବୋଲିଂ କରି ଦ୍ରୁତ ୫୦ ଓ୍ବିକେଟ ସଫଳତା ପାଇଛନ୍ତି। ସେହିପରି ମିଚେଲ ଷ୍ଟ୍ରାକ୍‌ ୯୪୧ ବଲ୍, ଲାସିଥ୍‌ ମାଲିଙ୍ଗା ୧୧୮୭, ଗ୍ଲେନ୍‌ ମ୍ୟାଗ୍ରାଥ୍‌ ୧୫୪୦ ଓ ଟ୍ରେଣ୍ଟ ବୋଲ୍ଟ ୧୫୪୩ଟି ବଲ୍‌ ପକାଇ ବିଶ୍ବକପ୍‌ରେ ୫୦ ଓ୍ବିକେଟ ସଫଳତା ହାସଲ କରିଥିଲେ।

Leave A Reply

Your email address will not be published.