Odisha Link
Bridging the Missing Links in Odisha

ସେମିଫାଇନାଲରେ ଭାରତୀୟ ଖେଳାଳିଙ୍କ ଧମାଲ; ବିଶ୍ୱ ରେକର୍ଡ କଲେ କିଙ୍ଗ୍ କୋହଲି

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଆରମ୍ଭ ହୋଇଛି ଟକ୍କର। ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବାବେଳେ ବିରାଟ କୋହଲି ବିଶ୍ୱ ରେକର୍ଡ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ହାସଲ କଲେ ୫୦ତମ ଶତକ। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ କୋହଲି ପୁଣି ଏକ ଶତକ ମାରିବା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି।

ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଅର୍ଦ୍ଧଶତକ ମାରିସାରିଲେଣି। କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ୍ କରିବାର ରେକର୍ଡ ହାସଲ କରିଛନ୍ତି। ୩୫ତମ ଜନ୍ମଦିନରେ ଶତକୀୟ ଇନିଂସ ଖେଳିଥିଲେ କୋହଲି ଆଉ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ବି ହୋଇଥିଲେ। ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡର ସମକକ୍ଷ ହୋଇଥିଲେ ବିରାଟ। ତେବେ ଆଜିର ମ୍ୟାଚରେ ବିରାଟ ୧୧୭ ରନ ହାସଲ କରିଛନ୍ତି।

Leave A Reply

Your email address will not be published.