Odisha Link
Bridging the Missing Links in Odisha

ଘରୋଇ ସ୍କୁଲରେ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ଵର ତମାଣ୍ଡୋ ପଞ୍ଚାୟତ ଅଫିସ୍ ପାଖ ଏକ ସ୍କୁଲରେ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି। ପଞ୍ଚମ ମହଲାରେ ନିଆଁ ଲାଗିରହିଥିବାବେଳେ ଫସି ରହିଛନ୍ତି ଅନେକ ପିଲା। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଫସି ରହିଥିବା ପିଲାଙ୍କର କିଛି କ୍ଷତି ହୋଇନି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା କାହାର କିଛି କ୍ଷତି ହୋଇନ ଥିବା ସ୍ପଷ୍ଟ ହୋଇଛି।