Odisha Link
Bridging the Missing Links in Odisha

ଜାଲ୍‌ ଦସ୍ତଖତରେ ଶିକ୍ଷକ ନିଯୁକ୍ତି ମାମଲା: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

ଓଏଲ୍‌ ବ୍ୟୁରୋ: ଜାଲ୍‌ ଦସ୍ତଖତରେ ଶିକ୍ଷକ ନିଯୁକ୍ତି ମାମଲା ସାମ୍ନାକୁ ଆସିଥିଲା। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। କାହିଁକି ଏଫଆଇଆର ଉପରେ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ହାଇକୋର୍ଟ ଜବାବ ମାଗିଲେ। କେନ୍ଦ୍ରାପଡ଼ା ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍ ହୋଇଥିଲା। ଏନେଇ ଏତଲା ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବାରୁ ନୋଟିସ ହୋଇଥିବା ଜଣା ପଡିଛି।