Odisha Link
Bridging the Missing Links in Odisha

ଆସନ୍ତା ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ସର୍ବସାଧାରଣଙ୍କ ପାଇଁ ଜାରି ହେଲା ସୂଚନା

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଶ୍ୱର୍ରେ ଚାଲିଥିବା ପରିକ୍ରମା ପ୍ରକଳ୍ପ(ଐତିହ୍ୟ କରିଡର)ର ନିର୍ମାଣ କାର୍ଯ୍ୟ ଚଳିତମାସ ଆଜି ସୁଧା ଶେଷ ହେବ। ଆଉ ସୁରକ୍ଷା ଦୃଷ୍ଟିରୁ ୧୪ତାରିଖରୁ ସମ୍ପୂର୍ଣ୍ଣ ଅଂଚଳକୁ ପୁରୀ ପୁଲିସ ନିଜ ନିୟନ୍ତ୍ରଣକୁ ନେବ। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ପରିଚାଳନା କମିଟି ମିଟିଂ ପରେ ସୂଚନା ଦେଲେ ମୁଖ୍ୟ ପ୍ରଶାସକ। ଦିନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ୧ଟା ୩୦ରୁ ୨ଟା ମଧ୍ୟରେ ଯଜ୍ଞ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା। ଦିନ ୨ଟାରୁ ୨ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରଦକ୍ଷଣ କରିବେ। ଦିନ ୨ଟା ୩୦ରୁ ୩ଟା ମଧ୍ୟରେ ସଭାସ୍ଥଳରେ ଛୋଟ କାର୍ଯ୍ୟକ୍ରମ। ଦିନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ। ନିର୍ମାଣ କାର୍ଯ୍ୟ ଆଜି ରାତି ସୁଦ୍ଧା ଶେଷ ହୋଇଯିବ। କାଲି ସକାଳ ସୁଦ୍ଧା ଏହାକୁ ସେମାନେ ହସ୍ତାନ୍ତର କରିବେ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.