Odisha Link
Bridging the Missing Links in Odisha

ଆଜି ଲୋକାର୍ପିତ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟର ନୂତନ ସୌଧ; ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଲୋକାର୍ପଣ ଉତ୍ସବ। ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ ଏକର ଜାଗାରେ ନିର୍ମିତ ହୋଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ଶାନ୍ତି ନିକେତନ ବିଶ୍ୱଭାରତୀରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ପ୍ରଫେସର ସବିତା ପ୍ରଧାନଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାଇତ୍ୱ ଦିଆଯାଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୫ରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଥିଲା। ୩ଟି ବିଭାଗରେ ଆଡମିଶନ, ସବୁ ବିଭାଗରେ ୨୪ଟି ଲେଖାଏଁ ସିଟ୍‌ ରଖାଯାଇଛି। ତେବେ ଏହି ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ନିର୍ମାଣ ହୋଇଥିବା ନୂତନ ସୌଧର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୧.୩୦ରେ ଏହା ଲୋକାର୍ପିତ ହେବ।