ଆଜିଠୁ ଓଜେଇଇ ପାଇଁ ଆବେଦନ; ମେ’ ୬ରୁ ପରୀକ୍ଷା

ଓଏଲ୍ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା। ଏହା ସହ ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ମେ’ ୬ରୁ ୧୦ ପର୍ଯ୍ୟନ୍ତ ହେବ ଓଜେଇଇ। ରାଜ୍ୟ ଭିତରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା କରାଯିବ। ଓଜେଇଇ ପାଇଁ ଆଜିଠାରୁ ମାର୍ଚ୍ଚ ୧୫ ଯାଏଁ ରେଜିଷ୍ଟ୍ରେସନ କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା ହେବ। ମେ’ ୬ରୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।