Odisha Link
Bridging the Missing Links in Odisha

ଖଣ୍ଡପଡ଼ା: ଆସନ୍ତାକଲି ସ୍ବାଧୀନ ଭାବେ ନାମାଙ୍କନ କରିବେ ଅନୁଭବ

ନୟାଗଡ଼: ବିଜେଡି ପକ୍ଷରୁ ଆଜି ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଖଣ୍ଡପଡ଼ାରୁ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଟିକେଟ୍‌ କଟିଛି। ତାଙ୍କ ବଦଳରେ ରାଜ୍ୟସଭା ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି।

ତେବେ ଟିକେଟ୍‌ ନପାଇବା ପରେ ସ୍ବାଧୀନ ଭାବେ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅନୁଭବ। ଆସନ୍ତାକାଲି ସେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଖଣ୍ଡପଡ଼ାର ସମସ୍ତ ୪୨ଟି ପଞ୍ଚାୟତରୁ ନିଜର ସମର୍ଥକମାନଙ୍କୁ ଏକଯୁଟ କରିବା ପାଇଁ ଲାଗିପଡ଼ିଛନ୍ତି ଅନୁଭବ। ଖଣ୍ଡପଡ଼ା ବ୍ଲକ ବିଜେଡି ତାଙ୍କୁ ସମର୍ଥନ କରୁଥିବା ବେଳେ ଭାପୁର ବ୍ଲକରୁ ମଧ୍ୟ ସମର୍ଥନ ସାଉଁଟିବାକୁ ଉଦ୍ୟମ ଚଳାଇଛନ୍ତି ଅନୁଭବ। ସ୍ବାଧୀନ ପ୍ରାର୍ଥୀ ଭାବେ ବିଜେଡି କର୍ମୀଙ୍କୁ ସାଙ୍ଗରେ ନେଇ ଆସନ୍ତାକାଲି ସେ ଶକ୍ତି ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ସୌମ୍ୟରଂଜନଙ୍କ ପ୍ରାର୍ଥୀତ୍ବ ଘୋଷଣା ପରେ ପୁରୁଣା ଆମ ଓଡ଼ିଶା ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ଖଣ୍ଡପଡ଼ା ବ୍ଲକ ବିଜେଡି ସୌମ୍ୟରଂଜନଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରୁଥିବା ବେଳେ ସଂଗଠନକୁ ନିଜ ଆଡ଼କୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସୌମ୍ୟରଂଜନ।

Comments are closed.