Odisha Link
Bridging the Missing Links in Odisha

ବିଜେଡିର ୮ମ ପ୍ରାର୍ଥୀ ତାଲିକା: ଖଣ୍ଡପଡ଼ାରୁ ସୌମ୍ୟ, ଭୁବନେଶ୍ବର ମଧ୍ୟରୁ ଅନନ୍ତ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭୁବନେଶ୍ବର ମଧ୍ୟରୁ ବିଜୟ ମହାନ୍ତିଙ୍କ ଟିକେଟ କଟିଥିବା ବେଳେ ତାଙ୍କ ସ୍ଥାନରେ ଟିକେଟ ପାଇଚନ୍ତି ଭୁବନେଶ୍ବରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା।

ଅନୁରୂପ ଭାବେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ଭୁବନେଶ୍ବର ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ରଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି ସୁଶାନ୍ତ କୁମାର ରାଉତ।

ମୋଟ ୮ଟି ପର୍ଯ୍ୟାୟରେ ଦଳ ସମସ୍ତ ୨୧ଟି ଲୋକସଭା ଆସନ ଓ ୧୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଆଉ ୩ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ବାକି ଅଛି।

ପଢ଼ନ୍ତୁ ସମ୍ପୂର୍ଣ୍ଣ ତାଲିକା

ସାଂସଦ
ଢେଙ୍କାନାଳ: ମହେଶ ସାହୁ
କେନ୍ଦୁଝର: ଚନ୍ଦ୍ରାଣୀ ମୁର୍ମୁ

ବିଧାୟକ
ଆଠମଲ୍ଲିକ: ରମେଶ ସାଏ
ଯାଜପୁର: ପ୍ରଣବ ପ୍ରକାଶ ଦାସ
କୋରେଇ: ଅଶୋକ ବଳ
ପାଲଲହଡ଼ା: ମୁକେଶ ପାଲ
ଭୁବନେଶ୍ବର ମଧ୍ୟ: ଅନନ୍ତ ନାରାୟଣ ଜେନା
ଭୁବନେଶ୍ବର ଉତ୍ତର: ସୁଶାନ୍ତ କୁମାର ରାଉତ
ଖଣ୍ଡପଡ଼ା: ସୌମ୍ୟରଂଜନ ପଟ୍ଟନାୟକ

Comments are closed.