Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ୧୩,୩୪୩ ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା

ଭୁବନେଶ୍ବର: ଅଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩,୩୪୩ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ନିର୍ବାଚନକୁ ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରାଜ୍ୟ ପୁଲିସ ଏଭଳି ପଦକ୍ଷେପ ନେଇଛି।

ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ଧାରା ଅନୁଯାୟୀ ୫୪ହଜାର ୯୨୧ଜଣଙ୍କୁ ଅଟକ ରଖାଯାଇଛି। ୫ହଜାର ୧୭୭ଟି ଲାଇସେନ୍ସ ବନ୍ଧୁକ ବିଭିନ୍ନ ଜିଲ୍ଲା ପ୍ରଶାସନ ଠାରେ ଜିମା ଦିଆଯାଇଛି। ଲାଇସେନ୍ସ ନଥିବା ୨୩୨ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୩୩.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପ୍ରାୟ ୧୨୭୯୭୮.୩୧୫ ଲିଟର ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୫୧ଲକ୍ଷ ୮୯ହଜାର ୧୭୭ଟଙ୍କା। ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କ୍ବାଡ୍‌ ଓ ପୁଲିସ ଦ୍ବାରା ୨କୋଟି ୯୭ଲକ୍ଷ ୨୫୦ଟଙ୍କା ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୨ ଲକ୍ଷ ୭୪ହଜାର ୮୪୧ଟି ପୋଷ୍ଟରକୁ ହଟାଇ ଦିଆଯାଇଛି। ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୨ଲକ୍ଷ ୮୨ହଜାର ୧୯୮ଟି ହୋର୍ଡିଂ, ପେ‌ାଷ୍ଟର ଆଦିକୁ କାଢ଼ି ଦିଆଯାଇଛି।

ଖୋଲା ଯାଇଥିବା ରାଜ୍ୟସ୍ତରୀୟ କଣ୍ଟ୍ରୋଲରୁମ୍‌ ନମ୍ବର ୦୬୭୪-୨୩୯୫୦୧୫କୁ କଲ୍‌ କରି ୮୩୫ଟି ନିର୍ବାଚନ ସମ୍ପର୍କିତ ଅଭିଯୋଗ ହୋଇଛି। ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ୧୨୯୩ଟି ଅଭିଯୋଗ ଗ୍ରହଣ କରାଯାଇ ୧୨୨୬ଟି ଅଭିଯୋଗର ସମାଧାନ କରାଯାଇଛି।

Comments are closed.