Odisha Link
Bridging the Missing Links in Odisha

ଖୋର୍ଦ୍ଧରେ ବିଜେପି ନେତା ହତ୍ୟା ଘଟଣାକୁ ନବୀନଙ୍କ ନିନ୍ଦା

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧାର ନବୀନବାଗ ଠାରେ ଜଣେ ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି।

ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି: ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

ନିର୍ବାଚନ କମିସନଙ୍କୁ ଅନୁରୋଧ କରୁଛି ଏହି ଘଟଣାକୁ ଗୁରୁତ୍ୱର ସହିତ ନିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ନିର୍ଦେଶ ଦିଅନ୍ତୁ; ଯାହା ଦ୍ୱାରା ଏପରି ହୀନ କାର୍ଯ୍ୟର ପୁନଃରାବୃତି ହେବ ନାହିଁ।

Comments are closed.