Odisha Link
Bridging the Missing Links in Odisha

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏରୋଡ୍ରମ କଲୋନୀରେ ଥିବା ପ୍ରାଥମିକ ବିଦ୍ୟାଳୟର ୧୧୨ ନଂ ବୁଥରେ ଭୋଟ ଦେଇଛନ୍ତି ନବୀନ । ଏହା ପରେ ଗଣମାଧମ୍ୟରେ ଦମ୍ଭୋକ୍ତି ଦେଇ କହିଛନ୍ତି ଯେ ବିଜେଡି ଚଳିତ ନିର୍ବାଚନରେ ବହୁତ ଭଲ କରିବ ।

ଜଣେ ସାଧାରଣ ନାଗରିକଙ୍କ ଭଳି ନବୀନ ପଟ୍ଟନାୟକ ବୁଥରେ ପହଂଚିବା ପରେ ଲାଇନରେ ଛିଡା ହୋଇଥିଲେ । ଭୁବନେଶ୍ୱର ଲୋକସଭା ଆସନ ଓ ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବିଧାୟକଙ୍କ ପାଇଁ ଭୋଟ ପ୍ରଦାନ କରିଛନ୍ତି ।

ଏଠାରେ ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଅରୂପ ପଟ୍ଟନାୟକ, ବିଜେପିରୁ ଅପରାଜିତା ଷଡଙ୍ଗୀ ଏବଂ କଂଗ୍ରେସ-ସିପିଆଇ ମେଣ୍ଟ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କ ମଧ୍ୟରେ ଲଢେଇ ହୋଇଛି । ଏଠାରେ ବିଧାନସଭା ପାଇଁ ବିଜେଡିର ଅଶୋକ ପଣ୍ଡା, ବିଜେପି ପ୍ରାର୍ଥୀ ବାବୁ ସିଂ ଏବଂ କଂଗ୍ରେସର ରଶ୍ମୀରେଖା ମହାପାତ୍ରଙ୍କ ମଧ୍ୟରେ କଡା ଟକ୍କର ହୋଇଛି ।

Comments are closed.