Odisha Link
Bridging the Missing Links in Odisha

ଶିଶୁ ଅଧିକାର ବାର୍ତ୍ତା ପ୍ରସାର ପାଇଁ ଅଭିନେତ୍ରୀ ଭୂମିକା ଓ ଖେଳାଳି ଅଂଶିକା ଗୁଡୱିଲ ଆମ୍ବାସଡର

ଭୁବନେଶ୍ବର: ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍), ଜାତିସଂଘ ର  ଶିଶୁ ଅଧିକାର ନିମନ୍ତେ ସମ୍ମିଳନ (ଇଉଏନସିଆରସି), ଦ୍ଵାରା ପ୍ରେରିତ ହୋଇ ଓଡିଶା ତଥା ସମଗ୍ର ଦେଶରେ ଶିଶୁ ମାନଙ୍କର ଅଧିକାରର ସୁରକ୍ଷା ନିମନ୍ତେ କାର୍ଯ୍ୟରତ। ପିକକ୍ ଶିଶୁ ମାନଙ୍କ ସହିତ ମିଶି ସେମାନକୁ ପ୍ରେରଣା ଦେବା ସହିତ ସେମାନଙ୍କର ବିକାଶ, ସୁରକ୍ଷା, ଭାଗିଦାରୀତା, ତଥା ଏକ ଗୁଣାତ୍ମକ ମନର ଜୀବନ ନିମନ୍ତେ   ନିମନ୍ତେ ସଦା ସର୍ବଦା ଚେଷ୍ଟିତ। ଶିଶୁ ଅଧିକାରର ର ସୁରକ୍ଷା ପାଇଁ ପିକକ୍ ଗୁଡୱିଲ ଆମ୍ବାସଡାର ର ପରିକଳ୍ପନା ୨୦୧୦ ମସିହାରୁ କରିଅଛି। ସେମାନେ ଶିଶୁ ଅଧିକାର ର ସୁରକ୍ଷା ଓ ଯୁବ ଗୋଷ୍ଟି ମାନଙ୍କର ସମସ୍ୟା ତଥା ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ,  ଖେଳିବା ପାଇଁ ନିରାପଦ ସ୍ଥାନ, ହିଂସା ଓ ନିର୍ଯ୍ୟାତନା ବିରୋଧରେ ଜନସଚେତନତା ସୃଷ୍ଟି କରିବେ। ଓଡିଶା କୁ ଏକ ଶିଶୁ ଉପଯୋଗୀ ରାଜ୍ୟ ଭାବେ ଗଢିବା ନିମନ୍ତେ ପରିବେଶ ସୃଷ୍ଟିରେ ସହାୟକ ହେବେ ।

ବିଶିଷ୍ଟ ଅଭିନେତ୍ରୀ ଭୂମିକା ଦାଶ ଙ୍କୁ ଶିଶୁ ଅଧିକାର ତଥା ଶିଶୁ ମାନଙ୍କ ନିମନ୍ତେ ଅନୁକୂଳ ବାତାବରଣର ନିମନ୍ତେ ଓ ଖେଳାଳି ଅଂଶିକା ରାଉତରାୟ ଙ୍କୁ ଶିଶୁ ମାନଙ୍କର ଖେଳ ଅଧିକାର ତଥା କ୍ରୀଡାର ପ୍ରସାର ନିମନ୍ତେ ୨୦୧୯-୨୧ ପର୍ଯ୍ୟନ୍ତ ଗୁଡୱିଲ ଆମ୍ବାସଡର ଭାବେ ଘୋଷଣା କରାଯାଇଅଛି। ଏହି ଘୋଷଣା ୩୦ ଏପ୍ରିଲ-ଶିଶୁ ଶ୍ରମ ନିରୋଧ ଦିବସ ଦିନ  ଭୁବନେଶ୍ଵର ର ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ କରଯାଇଥିଲା। ଏହି ଅବସର ଉପଲକ୍ଷେ ଏକ ସ୍ଵତନ୍ତ୍ର ସମାରୋହ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପିକକ୍ ର ଅଧକ୍ଷା ଶ୍ରୀମତୀ ଆଦରମଣି ବରାଳ ଏହି ସଭାରେ ସଭାପତିତ୍ଵ କରିଥିଲେ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଅଲମ୍ପିୟାନ ଅନୁରାଧା ବିଶ୍ଵାଳ, ଡ॰ ସ୍ନେହପ୍ରଭା ସାମନ୍ତରାୟ, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ତଥା ପିକକ୍ ର ଅନ୍ୟତମ ନିର୍ଦ୍ଦେଶିକ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ।

ପିକକ୍ ର ପୂର୍ବତନ ଗୁଡୱିଲ ଆମ୍ବାସଡର ଆକାଂକ୍ଷା କବି ନବ ନିଯୁକ୍ତ ଗୁଡୱିଲ ଆମ୍ବାସଡର ଭୂମିକା ଦାଶ  ଓ ଅଂଶିକା ରାଉତରାଯ  କୁ ଗୁଡୱିଲ ଆମ୍ବାସଡର ର ଉପାଧି ପ୍ରଦାନ କରି ସେମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା କାମନା କରିଥିଲେ।

“ଏହା ମୋ ପାଇଁ ଏକ ଗୌରବର ବିଷୟ, ଗୁଡୱିଲ ଆମ୍ବାସଡର ଭାବେ ମୁଁ ଶିଶୁ ମାନଙ୍କ ନିମନ୍ତେ ଏହି ଅଭିଯାନରେ ସାମିଲ ହୋଇ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ” ବୋଲି ଅଭିନେତ୍ରୀ ଭୂମିକା ନିଜର ମତ ପ୍ରକାଶ କରିଥିଲେ।

“ମୋ ପରି ଶିଶୁ ମାନେ ଖେଳିବା ଆବଶ୍ୟକ ଓ ଖେଳିବା ସବୁ ଶିଶୁମାନଙ୍କର ଅଧିକାର।  ପିକକ ର ଗୁଡୱିଲ ଆମ୍ବାସଡର ରୂପେ କାର୍ଯ୍ୟ କରିବା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ” ବୋଲି ଅଂଶିକା ନିଜର ମତାମତ ଦେଇଥିଲେ।

ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ । ପିକକର  ରତ୍ନା ଦାଶ, ଜ୍ୟୋତି ଶଙ୍କର ମହାନ୍ତି, ପ୍ରତୀକ୍ଷା ବୋହିଦାର,  ପାଣୁ ବେହେରା, ଡ ସୁମିତ୍ରା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।

Comments are closed.