ଫନି: ୪୦ ବିମାନ, ୧୪୭ ଟ୍ରେନ ବାତିଲ

ଭୁବନେଶ୍ବର: ଆସନ୍ତାକାଲି ସକାଳେ ଭୟଙ୍କର ଝଡ଼ବାତ୍ୟା ଫନି ପୁରୀ ଠାରେ ଓଡ଼ିଶା ଉପକୂଳ ଛୁଉଁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶାକୁ ଆସୁଥିବା ସମସ୍ତ ବିମାନ ଓ ଟ୍ରେନ ୨୪ ଘଣ୍ଟା ପାଇଁ ବାତିଲ କରାଯାଇଛି।
ଭଦ୍ରକ ଓ ବିଶାଖାପାଟଣା ମଧ୍ୟରେ ସମସ୍ତ ଟ୍ରେନକୁ ଇଷ୍ଟ କୋଷ୍ଟ ରେଲଓ୍ବେ ପକ୍ଷରୁ ବାତିଲ କରାଯାଇଛି। ଏହା ଭିନ୍ନ ଉତ୍ତରପଟୁ ଆସୁଥିବା ଟ୍ରେସ ସବୁ ଖଡ଼ଗପୁର ଠାରେ ଅଟକ ରଖିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଦକ୍ଷିଣ ପଟୁ ଆସୁଥିବା ଟ୍ରେନ ସବୁ ବିଶାଖାପାଟଣା ପୂର୍ବରୁ ଅଟକି ରହିବେ।
ସେହିପରି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆସିବାକୁ ଥିବା ସମସ୍ତ ବିମାନ ଆଜି ରାତି ୧୨ଟା ୧ରୁ ୩ ମେ ରାତି ୧୧ଟା ୫୯ ଯାଏଁ ବାତିଲ କରାଯାଇଛି।
ଉପକୂଳବର୍ତ୍ତୀ ଜିଲ୍ଲାରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି।