Odisha Link
Bridging the Missing Links in Odisha

ଫନି ସତର୍କତା: ଲୋକଙ୍କୁ ହାତଯୋଡ଼ି ଅନୁରୋଧ କଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: ମହାବାତ୍ୟା ଫନିର ଭୟାବହତା ବାବଦରେ ଜନସାଧାରଣଙ୍କୁ ବାରମ୍ବାର ଅବଗତ କରିବା ପରେ ବି ସଚେତନ ହେଉନାହାନ୍ତି ଜନତା। ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଗ୍ରାମମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିଥିଲେ ହେଁ ଗାଁ ଛାଡ଼ି ଯିବାକୁ ନାରାଜ ଜନତା।

ଏରୁ ଗତକାଲି ଅପରାହ୍ଣରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ (ଏସପି) ପିନାକ ମିଶ୍ର ନିଜେ ଘର ଘର ବୁଲି ଲୋକଙ୍କୁ ବୁଝାଇଥିଲେ। ପ୍ରଶାସସନକୁ ସହଯୋଗ କରିବା ସହ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ହାତଯୋଡ଼ି ଅନୁରୋଧ କରିଥିଲେ ପିନାକ।

ସରକାରୀ ସୂଚନା ଅନୁସାରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ଏଯାବତ୍‌ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଫନି କିଛି ସମୟ ମଧ୍ୟରେ ପୁରୀ ଠାରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି।

Comments are closed.