Odisha Link
Bridging the Missing Links in Odisha

ବିଦେଶ ସଚିବରୁ ବିଦେଶ ମନ୍ତ୍ରୀ, ଜୟଶଙ୍କରଙ୍କୁ ଅ‍ାଶ୍ଚର୍ଯ୍ୟ ଉପହାର

ନୂଆଦିଲ୍ଲୀ: ମୋଦି ଦ୍ବିତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ହାେଇଥିବା ବେଳେ ପୂର୍ବତନ ବିଦେଶ ସଚିବ ଏସ୍‌ ଜୟଶଙ୍କରଙ୍କୁ ବିଦେଶ ମନ୍ତ୍ରାଳୟ ଦାୟିତ୍ବ ଦେଇଛନ୍ତି। ଜୟଶଙ୍କର ବିନେଟ୍‌ ମନ୍ତ୍ରୀ ପାହ୍ୟା ପାଇଛନ୍ତି। ସେ ୧୬ ମାସ ତଳେ ଅବସର ନେଇଥିଲେ। ପ୍ରଥମ ଡିପ୍ଲୋମାଟ୍‌ ଭାବେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।

ବୈଦେଶିକ ସଚିବ ହେବା ପୂର୍ବରୁ ଜୟଶଙ୍କର ଆମେରିକା ଓ ଚାଇନାରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ। ୧୯୭୭ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଜୟଶଙ୍କର ଚାଇନା ସହ ହୋଇଥିବା ଭାରତର ଡୋକଲାମ ବିବାଦ ସମାଧାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନମୋହନ ସିଂହ ସରକାର ଅମଳରେ ମଧ୍ୟ ଏସ୍‌ ଜୟଶଙ୍କର ଆମେରିକା ଓ ଭାରତ ମଧ୍ୟରେ ପରମାଣୁ ଡିଲ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୨୦୧୯ରେ ଏସ୍‌ ଜୟଶଙ୍କରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜୟଶଙ୍କର ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଗ୍ରାଜୁଏଟ ହୋଇଥିଲେ। ଏହାପରେ ଜେଏନ୍‌ୟରୁ ସେ ରାଜନୀତି ବିଜ୍ଞାନରେ ପ୍ରଥମେ ଏମ୍‌ଏ ଓ ପରେ ଏମ୍‌ଫିଲ ଏବଂ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ।

Comments are closed.